ନୂଆଦିଲ୍ଲୀ: ଅକ୍ଟୋବର ୧୫ ତାରିଖରୁ ଚାର୍ଟର୍ଡ ବିମାନରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ଲାଗି ଟୁରିଷ୍ଟ ଭିଜା ଜାରି କରିବାକୁ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସାମାନ୍ୟ ବିମାନ ପାଇଁ ଏହି ସେବା ନଭେମ୍ବର୧୫ରୁ ଆରମ୍ଭ ହେବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛନ୍ତି। କରୋନା ମାମଲା ଲଗାତାର ଭାବେ କମୁଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି।
ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ଗତ ବର୍ଷ ବିଦେଶୀଙ୍କ ପାଇଁ ସବୁ ଭିଜା ରଦ୍ଦ କରାଯାଇଥିଲା। ଏଥିସହିତ ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଅନ୍ତରାଷ୍ଟ୍ରୀୟ ଉଡ଼ାଣ ଉପରେ ଅନେକ କଟକଣା ମଧ୍ୟ ଜାରି କରାଯାଇଥିଲା।