ନୂଆଦିଲ୍ଲୀ,ଏଜେନ୍ସି: ସୋମବାର ନ୍ୟୁଜିଲାଣ୍ଡ୍ ବିପକ୍ଷ ଟେଷ୍ଟ୍ ସିରିଜ୍ ଜିତିବା ପରେ ଭାରତୀୟ ଟିମ୍ ଏହି ଫର୍ମାଟ୍ ରାଙ୍କିଙ୍ଗ୍ରେ ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ୍ ବିପକ୍ଷ କାନପୁର ଟେଷ୍ଟ୍ରେ ଘରୋଇ ଦଳ ବିଜୟୀ ହୋଇପାରି ନ ଥିଲେ ମଧ୍ୟ ଦ୍ୱିତୀୟ ଟେଷ୍ଟ୍ରେ ଜବରଦସ୍ତ ପ୍ରଦର୍ଶନ ପୂର୍ବକ ୩୭୨ରେ ବିଜୟୀ ହୋଇ ୧-୦ରେ ସିରିଜ୍ ହାତେଇଛି। ଭାରତ ପ୍ରଥମ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି)ର ବିଜେତାକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବେଳେ ଦଳର ପଏଣ୍ଟ୍ ସଂଖ୍ୟା ୧୨୪ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ୍ ୧୨୧ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନକୁ ଖସିଆଯାଇଛି।
୧୦୮ ପଏଣ୍ଟ୍ ସହ ଅଷ୍ଟ୍ରେଲିଆ, ୧୦୭ ପଏଣ୍ଟ୍ ସହ ଇଂଲଣ୍ଡ ଓ ୯୨ ପଏଣ୍ଟ୍ ସହ ପାକିସ୍ତାନ ତୃତୀୟରୁ ଚତୁର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଭାରତ ଏବେ ୪୨ ପଏଣ୍ଟ୍ ଓ ୫୮.୩୩ ପ୍ରତିଶତ ବିଜୟ ସହ ଡବ୍ଲ୍ୟୁଟିସି ଟେବଲ୍ରେ ତୃତୀୟ ସ୍ଥାନରେ ରହିଛି । ତାଲିକାର ଶୀର୍ଷରେ ଶତପ୍ରତିଶତ ବିଜୟ ସହ ଶ୍ରୀଲଙ୍କା ରହିଥିବା ବେଳେ ୬୬.୬୬ ପ୍ରତିଶତ ବିଜୟ ସହାୟତାରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଛି।