ଯୁଦ୍ଧ ନୁହେଁ ଭାରତ ବିଶ୍ୱବାସୀଙ୍କୁ ଶାନ୍ତିର ସନ୍ଦେଶ ଦେଇଛି- ମୋଦୀ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାତିସଂଘର ମିଳିତ ଅଧିବେଶନରେ ଉଦବୋଧନ ଦେଇଛନ୍ତି ଓ ଅନେକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଅଭିଭାଷଣ ଆରମ୍ଭରେ ମୋଦୀ କହିଛନ୍ତି ଯେ ଏହା ଏକ ବିଶେଷ ମୁହୂର୍ତ୍ତ ଆମପାଇଁ । କାରଣ ଏହି ବର୍ଷ ଆମେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ କରୁଛୁ। ଏହି ବର୍ଷ ବିଶ୍ୱର ସବୁଠାରୁ ଲୋକତନ୍ତ୍ରର ନିର୍ବାଚନ ହୋଇଛି ଓ ସବୁଠାରୁ ମୋତେ ଅଧିକ ଜନାଦେଶ ମିଳିଛି। ଆଉ ଏହି ଜନାଦେଶ ପାଇଁ ହିଁ ମୁଁ ଆଜି ଆପଣମାନଙ୍କ ସହିତ ଉପସ୍ଥିତ ଅଛି। ମୁଁ ଜନାଦେଶରୁ ମିଳିଥିବା ସନ୍ଦେଶର ଏକ ବାହକ ମାତ୍ର। ଏହି ଜନାଦେଶର ସନ୍ଦେଶ ଅତି ବିଶାଳ। ନୂଆ ଭାରତରେ ଅତି କ୍ଷିପ୍ର ଗତିରେ ପରିବର୍ତନ ହେଉଛି।

ଏହାପରେ ସେ ଆୟୁଷ୍ମାନ ଭାରତ ଯୋଜନା ସହିତ ଅନ୍ୟ ସମସ୍ତ ଲୋକଭିମୁଖୀ ଯୋଜନା ବିଷୟଗୁଡିକର ଉପସ୍ଥାପନା କରିଥିଲେ। ସେ ଆହୁରି କହିଥିଲେଯେ, ଦୁନିଆର ସବୁଠାରୁ ବଡ ସ୍ୱଚ୍ଛତା ଅଭିଯାନକୁ ସଫଳତା ପୂର୍ବକ ସମ୍ପନ୍ନ କରିଛୁ। କେବଳ ୫ବର୍ଷରେ ଆମେ ୧୧ କୋଟିରୁ ଅଧିକ ଶୌଚାଳୟ ତିଆରି କରି ଦେଶବାସୀଙ୍କୁ ଦେଇଛୁ।

ବିଶ୍ୱର ସବୁଠୁ ବଡ ଫାଇନାନ୍ସିଆଲ ଇନକ୍ଲ୍ୟୁଜନ୍ କାର୍ଯ୍ୟକ୍ରମ ସଫଳତା ପୂର୍ବକ ସଞ୍ଚାଳନା କରି କେବଳ ୫ବର୍ଷରେ ୩୭କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇପାରିଛି।ଏବଂ ତା ସହିତ ଅନ୍ୟନ୍ୟ ବ୍ୟବସ୍ଥାଗୁଡିକ ଦାରିଦ୍ର୍ୟ ସୀମାରେଖା ଥିବା ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିଛୁ। ଏବେ ଆମେ ଭାରତରେ ଏକକ ପ୍ଲାଷ୍ଟିକ ବ୍ୟବହାରଯୋଜନା ଚଲାଇଛୁ।ଆଗାମୀ ୫ବର୍ଷରେ ୧୫କୋଟି ଘରେ ପାନୀୟଜଳ ଯୋଗାଣର ପହଞ୍ଚାଇବା ଲାଗି ଯୋଜନା ଚାଲିଛି।

 ଢେଢ଼ ଲକ୍ଷ କିଲୋମିଟର ନୂଆ ରାସ୍ତାର ନିର୍ମାଣ ଚାଲିଛି। ଆହୁରି ମଧ୍ୟ ସେ କହିଥିଲେ ଆଗକୁ ୨କୋଟିରୁ ଅଧିକ ଘର ନିର୍ମାଣ କରିବାକୁ ଯାଉଛନ୍ତି। ୨୦୨୫ ଭିତରେ ଭାରତକୁ ଟିବି ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି ବୋଲି ମୋଦୀ କହିଥିଲେ।

ଆତଙ୍କବାଦୀ ସାରା ଦେଶ ପାଇଁ ସତର୍କଘଣ୍ଟି ସୃଷ୍ଟି କରିଛି। ଭାରତ ବିଶ୍ୱବାସୀଙ୍କୁ ଯୁଦ୍ଧର ସନ୍ଦେଶ ନୁହେଁ ବରଂ ଶାନ୍ତିର ସନ୍ଦେଶ ଦେଇଛି। ଭାରତ ଯୁଦ୍ଧ ନୁହେଁ, ବିଶ୍ୱକୁ ବୁଦ୍ଧ ଦେଇଛି ବୋଲି ସେ କହିଥିଲେ। ଆମେ ଯେଉଁ ଚେଷ୍ଟା କରୁଛୁ ତାହା ଭାରତବାସୀଙ୍କ ପାଇଁ ବରଂ ବିଶ୍ୱବାସୀଙ୍କ ପାଇଁ ବୋଲି ସେ କହିଥିଲେ।