ନୂଆଦିଲ୍ଲୀ,ଏଜେନ୍ସି: ଚୀନରେ ସୃଷ୍ଟି କୋରୋନା ଭାଇରସ୍ ବର୍ତ୍ତମାନ ଦେଶଗୁଡ଼ିକରେ ବ୍ୟାପିବାରେ ଲାଗିଛି। ଏହିକ୍ରମରେ ଭାରତରେ ମଧ୍ୟ ୧୨ଜଣଙ୍କଦେହରେ ଏହି ଭାଇରସ୍ ଚିହ୍ନଟ କରାଯାଇଛି। ଏହି ଭାଇରସ୍ ସଂକ୍ରମଣରେ ଆସି ଚୀନରେ ବର୍ତ୍ତମାନ ସୁଦ୍ଧା ୮୦ଜଣଙ୍କ ଜୀବନହାନି ହୋଇଛି। ସେହିପରି ୨୭ ଶହରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୨୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।
କୋରୋନାର ମୁକାବିଲା ପାଇଁ ଚୀନ୍ ଆର୍ମିର ୪୫୦ ଜଣ ସ୍ୱତନ୍ତ୍ର ଅଭିଜ୍ଞ ଡାକ୍ତରଙ୍କୁ କାର୍ଯ୍ୟରେ ଲଗାଯାଇଛି। ଭାଇରସ୍ର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଚୀନ୍ରୁ ଅନ୍ୟ ଦେଶକୁ ସଂଯୋଗ କରୁଥିବା ବିମାନ ପ୍ରତି ମଧ୍ୟ ନଜର ରଖାଯାଇଛି। ସେହିପରି ଅଷ୍ଟ୍ରେଲିଆ, ଆମେରିକା, କୋରିଆ, ଫ୍ରାନ୍ସ ଭଳି ଦେଶଗୁଡ଼ିକ ଏନେଇ ଭୟଭୀତ ହୋଇପଡ଼ିଛନ୍ତି। ଆମେରିକାରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପଟେ ୧୨ ଜଣଙ୍କ ଦେହରେ ଭାଇରସ୍ ଚିହ୍ନଟ ହୋଇଥିବା ବେଳେ ଏହାକୁ ନେଇ ଚିନ୍ତାରେ କୋରୋନା ଭାଇରସ୍କୁ ନେଇ ଚିନ୍ତାରେ ଭାରତ। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟ ସରକାରଙ୍କ ସହ କୋରୋନା ନେଇ ଆଲୋଚନା କରି