ଏଣିକି ସମୁଦ୍ର ଭିତରେ ଶତ୍ରୁପକ୍ଷର ପରମାଣୁ ମିଜାଇଲ ଓ ଅସ୍ତ୍ରଶସ୍ତ୍ରକୁ ଟ୍ରାକ କରିବ ଆଇଏନଏସ୍ ଧ୍ରୁବ୍

ନୂଆଦିଲ୍ଲୀ,ଏଜେନ୍ସି: ସମୁଦ୍ର ମଧ୍ୟରେ ଶତ୍ରୁ ପକ୍ଷର ପରମାଣୁ ମିଜାଇଲ ଓ ଅସ୍ତ୍ରଶସ୍ତ୍ରକୁ ଟ୍ରାକ କରିବା ପାଇଁ ଭାରତର ପ୍ରଥମ ଯୁଦ୍ଧ ଜାହାଜ ଆଇଏନଏସ୍ ଧ୍ରୁବ୍ ପ୍ରସ୍ତୁତ ହୋଇଯାଇଛି। ଆସନ୍ତା ୧୦ ତାରିଖରେ ଏହି ଜାହାଜ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସଏମସି)ରେ ସାମିଲ ହେବ। ଏହି ଜାହାଜ ଆଣ୍ଟି ସାଟେଲାଇଟ ମିଜାଇଲକୁ ମଧ୍ୟ ଟ୍ରାକ କରିପାରିବ। ଏସଏଫସିରେ ଏହି ଯୁଦ୍ଧ ଜାହାଜ ସାମିଲ ହେଉଥିବାରୁ ଏହା ବିଷୟରେ ଅଧିକ ତଥ୍ୟ ପ୍ରକାଶ କରାଯାଇନାହିଁ। ବିଶାଖାପାଟଣାରେ ଏହି ଯୁଦ୍ଧ ଜାହାଜ କମାଣ୍ଡିଂରେ ସାମିଲ ହେବ।

ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ) ଓ ନେସନାଲ ଟେକନୋଲୋଜି ରିସର୍ଚ୍ଚ ଅର୍ଗାନାଇଜେସନ(ଏନଟିଆରଓ)ର ସହାୟତାରେ ବିଶାଖାପାଟଣା ସ୍ଥିତ ହିନ୍ଦୁସ୍ତାନ ଶିପୟାର୍ଡ ଲିମିଟେଡ (ଏଚଏସଏଲ) ଏହି ଜାହାଜ ପ୍ରସ୍ତୁତ କରିଛି।