ହକି: ବନ୍ଦନା କଟାରିୟାଙ୍କ ହ୍ୟାଟ୍ରିକ ବଳରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲ ପ୍ରବେଶର ଆଶାକୁ ଉଜ୍ଜୀବିତ କରିଛି। ଆଜି ବନ୍ଦନା କଟାରିୟାଙ୍କ ହ୍ୟାଟ୍ରିକ ବଳରେ ଭାରତ ଦକ୍ଷିଣ ଆଫ୍ରିକାକୁ ୪-୩ରେ ହରାଇ ଦେଇଛି।

ସୂଚନାଯୋଗ୍ୟ, ଭାରତୀୟ ହକି ଟିମ୍ ପ୍ରଥମ ୩ଟି ମ୍ୟାଚ୍ ହାରି ଅଲମ୍ପିକରୁ ଯାତ୍ରା ଶେଷ କରିବା ସ୍ଥିତିରେ ଥିଲା। କିନ୍ତୁ କାଲି ଚତୁର୍ଥ ମ୍ୟାଚରେ ଆୟରଲ୍ୟାଣ୍ଡକୁ୧-୦ରେ ହରାଇଥିଲା। ଏହି ଲଗାତାର ବିଜୟ ପରେ ଭାରତ ୫ଟି ମ୍ୟାଚରୁ ୬ ପଏଣ୍ଟ ହାସଲ କରି ପଏଣ୍ଟସ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି। ଆଉ ଏବେ ଯଦି ବ୍ରିଟେନ ତା’ ମ୍ୟାଚରେ ଆୟରଲ୍ୟାଣ୍ଡକୁ ହରାଇ ଦିଏ ତେବେ ଭାରତ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବ।