ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ସର୍ବାଧିକ ୮ହଜାର ୧୭୧ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିô ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୮ ହଜାର ୭୦୬ରେ ପହଂଚିଛି। ଅନ୍ୟପଟେ ମୃତ୍ୟୁସଂଖ୍ୟା ୫ହଜାର ୫୯୮କୁ ବୃଦ୍ଧି ପାଇଥିବାବେଳେ ୯୫ ହଜାର ୫୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ୭୫ ପ୍ରତିଶତ ମାମାଲା ୬ଟି ରାଜ୍ୟରୁ ଆସିଛି। ଏହି ୬ଟି ରାଜ୍ୟ ହେଲା ମହାରାଷ୍ଟ୍ର ତାମିଲନାଡ଼ୁ, ଦିଲ୍ଲୀ, ଗୁଜରାଟ, ରାଜସ୍ଥାନ ଓ ମଧ୍ୟପ୍ରଦେଶ। ଏଥି ସହିତ ୮୩ ପ୍ରତିଶତ ମୃତ୍ୟୁ ମଧ୍ୟ ଏହି ୬ଟି ରାଜ୍ୟରେ ହିଁ ହୋଇଛି। ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦ହଜାର ୧୩ ହୋଇଥିବା ବେଳେ ୨୩୬୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗୁଜରାଟରେ ୧୦୬୩, ଦିଲ୍ଲୀରେ ୫୨୩, ମଧ୍ୟପ୍ରଦେଶରେ ୩୫୮ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଜାରି କରିଛି।