ଶେଷ ହେଲା ଭାରତ-ଚୀନ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ ଆଜି ହୋଇଥିôବା ଦ୍ୱିପାକ୍ଷିକ ଆଲୋଚନା ଶେଷ ହୋଇଛି। ଏହି ବୈଠକ ପାଖାପାଖି ସାଢ଼େ ୫ ଘଣ୍ଟା ଚାଲିଥିଲା। ଭାରତ ପକ୍ଷରୁ ଲେଫଟନାଣ୍ଟ ଜେନେରାଲ ହରିନ୍ଦର ସିଂ ନେତୃତ୍ୱ ନେଇଥିଲେ। ମେଜର ଜେନେରାଲ ଲିୟୁ ଲୀନ ଚୀନ ପକ୍ଷରୁ ନେତୃତ୍ୱ ନେଇଥିଲେ। କିନ୍ତୁ ଏହି ବୈଠକରେ କ’ଣ ପଦକ୍ଷେପ ନିଆଯାଇଥିଲା ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।