ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଶା ଝିଅ ଦୀପ୍ତି ଶର୍ମା

ଝାରସୁଗୁଡ଼ା ଏନ୍ଏନ୍ଏସ୍ : ଝାରସୁଗୁଡା ମଙ୍ଗଲବଜାରରେ ରହୁଥିବା ବିସ୍ମୟ ବାଳିକା ଦୀପ୍ତି ଶର୍ମା (୯) ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି । ଆଖିରେ ପଟି ବାନ୍ଧି ମାତ୍ର ୩ ସେକେଣ୍ଡ ୫୪ ମିଲି ସେକେଣ୍ଡ ରେ ସେ କମ୍ପ୍ୟୁଟରରେ ଇ ରୁ ତ ପର୍ଯ୍ୟନ୍ତ ଲେଖି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ଗତ ଅଗଷ୍ଟ ୩ ତାରିଖରେ ସେ ଏହି କୃତିତ୍ୱ ହାସଲ କରିଥିବା ବେଳେ ଗତ ଗୁରୁବାର ତାଙ୍କୁ ଇଣ୍ଡିଆ ବୁକ ଅଫ ରେକର୍ଡ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଛି । ଦୀପ୍ତି ବର୍ତମାନ ଝାରସୁଗୁଡା ସ୍ଥିତ ମାଇ କିଡ୍ସ ସ୍କୁଲରେ ୩ ୟ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।

ସେ କହିଛନ୍ତି ଏବେ ସେ ୨.୯ ସେକେଣ୍ଡରେ ଇ ରୁ ତ ପର୍ଯ୍ୟନ୍ତ ଟାଇପ କରୁଛନ୍ତି । ହେଲେ ଆଗକୁ ଅଧିକ ପରିଶ୍ରମ କରି ୨ ସେକେଣ୍ଡ ମଧ୍ୟରେ ଇ ରୁ ତ ଟାଇପ କରି ଗିନିଜ ବୁକ ଅଫ ଓାଲର୍ଡ ରେକର୍ଡ ହାସଲ କରିବେ । ଏନେଇ ଦୀପ୍ତିଙ୍କ ବାପା ଦୀପକ ଶର୍ମାଙ୍କୁ ପଚାରିବାରୁ କହିଛନ୍ତି କଠିନ ପରିଶ୍ରମ ଓ ନିରନ୍ତର ପ୍ରୟାସ ନିଶ୍ଚିତ ସଫଳତା ଆଣିଥାଏ । ଏହା ତାଙ୍କ ଝିଅ ଦୀପ୍ତି ପ୍ରମାଣ କରଛନ୍ତି । ଦୀପ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଝାରସୁଗୁଡା ଓ ଓଡିଶାର ନା ରଖିଥିବାରୁ ସେ ବହୁତ ଗର୍ବିତ ଅଛନ୍ତି ବୋଲି କହିଛନ୍ତି ।