ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲା ରବି କରାଟେ ଏକାଡେମୀର ଛାତ୍ର ଅବନି କୁଅଁର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଗୋଟିଏ ହାତରେ ଏକ ମିନିଟରେ ସର୍ବାଧିକ ୨୯୨ ଥର ପଞ୍ଚ୍ ମାରି ଏହି କୃତିତ୍ୱ ହାସଲ କରିଛିନ୍ତି। ପୂର୍ବରୁ ଗୋରଖପୁର ଉତ୍ତର ପ୍ରଦେଶର ରାକେଶ କୁମାର ଉପାଧ୍ୟାୟ ୨୪୮ ଥର ପଞ୍ଚ୍ ମାରି ଏହି କୃତିତ୍ୱ ହାସଲ କରିଥିଲେ। ତେବେ ଏକ ମନିଟରେ ୨୯୨ ଥର ପଞ୍ଚ୍ ମାରି ଏହି କୃତିତ୍ୱକୁ ଝାରସୁଗୁଡାର ଅବନି ନିଜ ନାମରେ କରିଛନ୍ତି। ଅବନୀଙ୍କ ଏହି କୃତିତ୍ୱରେ ତାଙ୍କର ଗୁରୁ ରବି କୁମାର ୟାଦବଙ୍କ ସହ ଜିଲ୍ଲାବାସୀ ଶୁଭେଚ୍ଛା ଜଣାଇଛନ୍ତି।