ବ୍ରାଜିଲ ଓ ମୋରୋକ୍କୋକୁ ଭାକ୍ସିନ ପଠାଇବ ଭାରତ

ନୂଆଦିଲ୍ଲୀ,ଏଜେନ୍ସି: ବ୍ରାଜିଲ ଓ ମୋରୋକ୍କୋକୁ ଆଜି ଭାରତ ପଠାଉଛି କରୋନା ଟିକା। ଏହାଦ୍ୱାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ପ୍ରମୁଖ ବିଶ୍ୱ ନେତା ଭାବରେ ନିଜର ପରିଚୟ ଦେଇଛନ୍ତି।

ଏନେଇ ଭାରତର ବୈଦେଶିକ ସଚିବ ହର୍ସ ଶ୍ରିଙ୍ଗଲା ଏକ ଟିଭି ସାକ୍ଷାତକାରରେ କହିଛନ୍ତି କି, ଅର୍ନ୍ତଜାତୀୟ ସ୍ତରରେ ଆମ ଟିକାର ବହୁତ ଚାହିଦା ରହିଛି। ଏହା ଦ୍ୱାରା ଭାରତର ସ୍ୱାସ୍ଥ୍ୟ ଓ ଔଷଧ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ଯୋଡି ହେବେ ବୋଲି ଆଶା ରହିଛି।

ଏଥିସହ ସେ କହିଛନ୍ତି କି, ଗତ ବର୍ଷ ପ୍ରଧାନମନ୍ତ୍ରୀ କହିଥିଲେ କୋଭିଡ ମହାମାରୀର ମୁକାବିଲା ପାଇଁ ସମସ୍ତ ମାନବ ଜାତିକୁ ସାହାଯ୍ୟ କରିବାକୁ ଦୃଷ୍ଟିରେ ରଖି ଆମେ ଭାରତରେ ଉତ୍ପାଦିତ ଟିକାକୁ ବିତରଣ ଓ ଉତ୍ପାଦନ ପାଇଁ ସକାରାତ୍ମକ ପଦକ୍ଷେପ ନେଇଛୁ। ତେବେ ବ୍ରାଜିଲ କରୋନା ପ୍ରଭାବିତ ଦେଶମାନଙ୍କ ମଧ୍ୟରେ ୩ୟ ସ୍ଥାନରେ ରହିଛି।