ରାୟପୁର,ଏନ୍ଏନ୍ଏସ୍: ଭାରତ ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ହରାଇ ଦେଇଛି । ଉକ୍ତ ମ୍ୟାଚରେ ଭାରତକୁ ଜିତିବା ପାଇଁ ୧୦୯ ରନ୍ ଆବଶ୍ୟକ ଥିଲା । ଭାରତ ମାତ୍ର ୨୦.୧ ଓଭରରେ ଗୋଟିଏ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା । ଏଥିସହିତ ଭାରତ ସିରିଜରେ ୨-୦ରେ ଆଗୁଆ ରହିଛି ।
ସୂଚନାଯୋଗ୍ୟ, ଭାରତ ପାଇଁ କ୍ୟାପ୍ଟେନ ରୋହିତ ଶର୍ମା ୫୦ ବଲରେ ୫୧ ରନ୍ ହାସଲ କରିଥିଲେ । ଏଥିରେ ୭ ଚୌକା ଓ ୨ ଛକ୍କା ସାମିଲ ଥିଲା । ଏଥିସହିତ ଶୁଭମନ ଗିଲ ୪୦ ରନ୍ ହାସଲ କରିଥିଲେ ଯେଉଁଥିରେ ୬ ଚୌକା ସାମିଲ ଥିଲା ।