ଜାପାନକୁ ହରାଇଲା ପୁରୁଷ ହକି ଟିମ୍

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକି ଟିମ୍ ଗ୍ରୁପ ଚରଣର ପୁଲ ଏ ମୁକାବିଲାରେ ବିଜୟୀ ହୋଇଛି। ଭାରତ ଆୟୋଜକ ଜାପାନକୁ ୫-୩ ଗୋଲରେ ହରାଇ ଦେଇଛି। ଭାରତ ପକ୍ଷରୁ ଗୁରଜନ୍ତ ସିଂହ ୨ଟି ଗୋଲ କରିଥିବାବେଳେ ହରମନପ୍ରୀତ ସିଂହ, ଶମଶେର ସିଂହ ଓ ନୀଳକାନ୍ତ ଶର୍ମା ଗୋଟିଏ ଲେଖାଏଁ ଗୋଲ କରିଛନ୍ତି।