ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ଆଜି ଠାରୁ ଅନଲାଇନରେ ଟିକେଟ ବିକ୍ରି

କଟକ,ଏନ୍ଏନ୍ଏସ୍: ବାରବାଟୀ ଷ୍ଟାଡିୟମରେ ଡିସେମ୍ବର ୨୨ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ସିରିଜ୍‌ର ୩ୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯିବ। ଏହି ଦିବାରାତ୍ର କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ରେ ଟିକଟ ବିକ୍ରି ଗୁରୁବାର ଅର୍ଥାତ ଆଜିଠାରୁ ଆରମ୍ଭ ହେବ। ଟିକଟ ସରିବା ପର୍ୟ୍ୟନ୍ତ କିମ୍ବା ଡିସେମ୍ବର ୧୫ ପର୍ୟ୍ୟନ୍ତ ଏହି ଅନ୍‌ଲାଇନ୍ ଟିକଟ ବିକ୍ରି ଜାରିରହିବ।

ଏଥର ଦର୍ଶକଙ୍କ ପାଇଁ ଅନ୍‌ଲାଇନ୍‌ରେ ​ମୋଟ ୮୧୫୦ଟି ଟିକଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି। ଥର ୨ଟି ୱେବ୍‌ସାଇଟ୍‌ରୁ ଅନ୍‌ଲାଇନ୍ ଟିକଟ ବୁକିଂ କରିହେବ। ଡିସେମ୍ବର ୫ ଅର୍ଥାତ ଆଜିଠାରୁ ଏହି ୨ଟି ଯାକ ୱେବ୍‌ସାଇଟ୍‌ କାର୍ୟ୍ୟକ୍ଷମ ହେବ। www.paytm.com ଓ www.insider.inରେ ଟିକେଟ ଉପଲବ୍ଧ ହେବ।