ହାମିଲଟନ,ଏଜେନ୍ସି: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପରେ ଆଜି ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଶତକ ହାସଲ କରିଛନ୍ତି। ହାମିଲଟନ୍ସ୍ଥିତ ସେଡ୍ଡନ ପାର୍କରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସ୍ମୃତି ମନ୍ଧାନା ସେ ୧୦୮ଟି ବଲରୁ ୧୦୨ ରନ୍ କରିଛନ୍ତି। ଏଥିରେ ୯ ଚୌକା ଓ ୨ ଛକା ସାମିଲ ରହିଛି।
ଏହି ମ୍ୟାଚରେ ଟସ୍ ଜିଣି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୪୧ ଓଭରରେ ୩ଟି ୱିକେଟ ହରାଇ ୨୪୭ ରନ୍ କରିଛି। ଓପନର ସ୍ମୃତି ମନ୍ଧାନା (୧୧୩ ବଲ୍ରୁ ୧୧୦ ରନ୍) ଓ ହରମନପ୍ରୀତ କୌର ୮୪ ବଲ୍ରୁ ୭୮ ରନ୍ କରି କ୍ରିଜରେ ଅଛନ୍ତି।
ଓପନର ୟାସ୍ତିକା ଭାଟିଆ ୨୧ଟି ବଲ୍ ଖେଳି ୩୧ ରନ୍ କରିଥିଲେ। ଏଥିରେ ୬ଟି ଚୌକା ସାମିଲ ଥିଲା। ସେହିପରି ଅଧିନାୟିକା ମିତାଲି ରାଜ ମାତ୍ର ୫ ରନ୍ କରି ପାଭଲିଅନ ଫେରିଥିଲେ। ସେ ୧୧ଟି ବଲ୍ର ସମ୍ମୁଖୀନ ହୋଇ ଗୋଟିଏ ଚୌକା ସହାୟତାରେ ୫ ରନ୍ କରିଥିଲେ। ଦୀପ୍ତି ଶର୍ମା ୨୧ଟ ବଲ ଖେଳି ୧୫ ରନ୍ ସଂଗ୍ରହ କରିଥିଲେ।