ନୂଆଦିଲ୍ଲୀ,ଏଜେନ୍ସି: ଫଳରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ବିଳମ୍ବରେ ହେବ। ସୂଚନା ଅନୁସାରେ ଶ୍ରୀଲଙ୍କା କ୍ରିକେଟ ଟିମର ବ୍ୟାଟିଂ କୋଚ୍ ଗ୍ରାଣ୍ଟ ପ୍ଲାବର ଓ ସୂଚନା ବିଶ୍ଳେଷକ ଜିଟି ନିରୋଶନ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ଖେଳର ସମୟ ସାରଣୀରେ ପରିବର୍ତ୍ତନ ହୋଇଛି। ଜୁଲାଇ ୧୩ରୁ ଭାରତ ଓ ଶ୍ରୀଲଙ୍କା ଦିନିକିଆ ସିରିଜ ଆରମ୍ଭ ହେବାକୁ ଥିବା ବେଳେ ବର୍ତ୍ତମାନ ଏହା ଜୁଲାଇ ୧୮ରୁ ଆରମ୍ଭ ହେବ। ଏନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି।
ଶ୍ରୀଲଙ୍କା କ୍ରିକେଟ ଟିମ୍ କିଛିଦିନ ପୂର୍ବରୁ ଇଂଲଣ୍ଡ ଗସ୍ତରୁ ଫେରିଥିଲା।