କ୍ରିକେଟ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ: ଅକ୍ଟୋବର ୧୭ରୁ ଆରମ୍ଭ ହେବାକୁ ଥିବା ଟି-ଟ୍ୱୋଣ୍ଟି ୱାର୍ଲ୍ଡ କପ୍ ଲାଗି ଆଇସିସି ଗ୍ରୁପ ଘୋଷଣା କରିଦେଇଛି। ଆଇସିସି ଟୁର୍ଣ୍ଣାମେଣ୍ଟକୁ ଅଧିକ ରୋମାଞ୍ଚକ କରିବା ଲାଗି ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପରେ ରଖିଛି। ଆଇସିସି ଉଭୟ ଭାରତ ଓ ପାକିସ୍ତାନକୁ ଗ୍ରୁପ-୨ରେ ରଖିଥିବା ଜଣାପଡ଼ିଛି। ଏହି ଗ୍ରୁପରେ ଭାରତ, ପାକିସ୍ତାନ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି କ୍ୱାଲିଫାୟର ଟିମ୍ ରହିବେ।

ସୂଚନାଯୋଗ୍ୟ, ୨୦୨୧ ଟି-ଟ୍ୱୋଣ୍ଟି ୱାର୍ଲ୍ଡ କପ୍ ଅକ୍ଟୋବର ଓ ନଭେମ୍ବରରେ ସଂଯୁକ୍ତ ଅରବ ଅମୀରାତ ଏବଂ ଔମାନରେ ଖେଳାଯିବ। ଏହାପୂର୍ବରୁ ଶେଷଥର ପାଇଁ ଭାରତ-ପାକିସ୍ତାନ ୨୦୧୯ ଦିନିକିଆ ୱାର୍ଲ୍ଡ କପରେ ପରସ୍ପରକୁ ଭେଟିଥିଲେ। ଉକ୍ତ ମ୍ୟାଚରେ ପାକିସ୍ତାନକୁ ଭାରତ ପରାଜୟର ସ୍ୱାଦ ଚଖାଇଥିଲା।