ପ୍ରଥମ ଦିନିକିଆରେ ଭାରତ ପରାସ୍ତ

ହମିଲଟନ୍,ଏଜେନ୍ସି: ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ବୁଧବାର ଠାରୁ ଆରମ୍ଭ ହୋଇଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରଜର ପ୍ରଥମ ମ୍ୟାଚ ହାମିଲଟନର ସିଡେନ ପାର୍କରେ ଖେଳାଯାଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି । ଓପନିଂ ଯୋଡି ରୋହିତ ଶର୍ମା ଓ ଶିଖର ଧବନ ଦିନିକିଆ ସିରିଜରୁ ବାଦ୍ ପଡିବା ପରେ ତାଙ୍କ ସ୍ଥାନରେ ଦଳରେ ଭାରତ ନୂଆ ଯୋଡ଼ି ୨୦ ବର୍ଷୀୟ ପୃଥ୍ବୀ ସ’ ଓ ୨୮ ବର୍ଷୀୟ ମୟଙ୍କ ଅଗ୍ରୱାଲଙ୍କୁ ପାଳି ଆରମ୍ଭ କରିବାର ସୁଯୋଗ ମିଳିଛି । ରୋହିତଙ୍କ ସ୍ଥାନରେ ଦିନିକିଆ ଦଳରେ ସାମିଲ ହୋଇଥିବା ମୟଙ୍କ ୯ ଟେଷ୍ଟ୍ ଖେଳି ସାରିଛନ୍ତି। ହେଲେ ପ୍ରଥମ ଥର ପାଇଁ ଦିନିକିଆ ମ୍ୟାଚ୍ ଖେଳିବେ। ୨ ଟେଷ୍ଟ୍ ଖେଳିଥିବା ସ’ ମଧ୍ୟ ପଦାର୍ପଣ କରିବେ। ଭାରତ ପାଇଁ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏକାଠି ଅନ୍ତର୍ଜାତୀୟ ପଦାର୍ପଣ କରିବାର ଏହା ଚତୁର୍ଥ ଘଟଣା ହେବ।