ଭାରତ-ଇଂଲଣ୍ଡ ଟି୨୦: ୩-୨ରେ ଭାରତ ବିଜୟ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଇଂଲଣ୍ଡ ଟି୨୦ ଶୃଙ୍ଖଳର ଆଜି ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ଭାରତ ୩୬ ରନରେ ମ୍ୟାଚ୍ ଜିତିବା ସହିତ ୩-୨ରେ ଶୃଙ୍ଖଳକୁ ହାତେଇ ନେଇଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ୍ ଜିତିବା ପରେ ବୋଲିଂର ନିଷ୍ପତ୍ତି ନେଇଥିଲା।

ପ୍ରଥମ ଇଂନିସରେ ଭାରତ ଧୂଆଁଦାର ବ୍ୟାଟିଂ କରି ୨ଟି ୱିକେଟ ହରାଇ ୨୨୪ ରନ୍ କରିଥିଲା। ଏଥିରେ ଅଧିନାୟକ ବିରାଟ କୋହଲି ୫୨ ବଲରେ ସର୍ବାଧିକ ୮୦ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୭ ବଲରେ ୩୯ ରନ ସହିତ ଅପରାଜିତ ରହିଛନ୍ତି। ସେହିପରି ରୋହିତ ଶର୍ମା ୩୪ ବଲରେ ୬୪ ରନ୍, ସୂର୍ଯ୍ୟକୁମାର ଯାଦବ ୧୭ ବଲରେ ୩୨ ରନ୍ କରିଛନ୍ତି। ଏହି ଇଂନିସରେ ଇଂଲଣ୍ଡ ଦଳର ଆଦିଲ ରାସିଦ୍ ଓ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ସେହିପରି ଦ୍ୱିତୀୟ ଇଂନିସରେ ଇଂଲଣ୍ଡ ଦଳ ୮ ୱିକେଟ ସହିତ ୧୮୮ ରନ୍ କରିଛି। ଏହି ମ୍ୟାଚରେ ସାମ୍ କରନ୍ ୩ ବଲରେ ୧୪ ରନ୍ ଓ ଆଦିଲ ରାସିଦ ଅପରାଜୟ ରହିଛନ୍ତି। ଜେସନ ରଏ ଶୂନ, ଜସ୍ ବଟଲର ୫୨ ରନ୍, ଦାବିଡ ମଲାନ ୬୮ ରନ୍, ଜନି ବେୟରଷ୍ଟୋ ୭ ରନ୍, ଇଅନ୍ ମୋର୍ଗାନ ୧ ରନ୍, ବେନ୍ ଷ୍ଟୋକ୍ସ ୧୪ ରନ୍, ଜୋର୍ଫା ଆରଚର୍ ୧ ରନ୍, କ୍ରିସ୍ ଜୋର୍ଡାନ୍ ୧୧ ରନ୍ କରିଛନ୍ତି।

ଭାରତୀୟ ଦଳର ଶାର୍ଦ୍ଦୁଲ ଠାକୁର ୩ଟି ୱିକେଟ, ଭୁବନେଶ୍ୱର କୁମାର ୨ଟି ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଟି ନଟରାଜନ ଗୋଟିଏ ଲେଖାଏଁ ୱିକେଟ ହାସିଲ କରିପାରିଛନ୍ତି।