ଭାରତ-ଇଂଲଣ୍ଡ ଟେଷ୍ଟ: ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୯/୩

ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟର ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି। ପ୍ରଥମ ଦିନର ଷ୍ଟମ୍ପ ଅପସାରଣବେଳକୁ ଭାରତ ୩ଟି ୱିକେଟ ହରାଇ ୯୯ ରନ କରିଛି। ରୋହିତ ଶର୍ମା ଓ ଆଜିଙ୍କ୍ୟ ରାହାଣେ କ୍ରିଜରେ ଅଛନ୍ତି। ରୋହିତ ଶର୍ମା ୫୭ ରନ କରିଛନ୍ତି। ଲିଚଙ୍କୁ ୨ଟି ୱିକେଟ ମିଳିଥିବା ବେଳେ ଜୋଫ୍ରାଙ୍କୁ ଏକ ଉଇକେଟ ମିଳିଛି।

ସେହିପରି ପ୍ରଥମ ଇଂନିସରେ ଭାରତୀୟ ବୋଲର ମାନେ ନିଜର ବୋଲିଂର ଯାଦୁରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ ମାନଙ୍କୁ ଶୀଘ୍ର ଅଲଆଉଟ କରିଦେଇଛନ୍ତି। ଇଂଲଣ୍ଡ ପ୍ରଥମ ଇଂନିସରେ ମାତ୍ର ୧୧୨ ରନ କରି ଅଲଆଉଟ ହୋଇଥିଲା। ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଜାକ କ୍ରାଓ୍ଵଲି ସର୍ବାଧିକ ୫୩ ରନ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ ଅକ୍ସର ପଟେଲ ୬ଟି ୱିକେଟ ନେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶ୍ଵିନୀ ୩ଟି ଓ ଇଶାନ୍ତ ଶର୍ମା ଗୋଟିଏ ୱିକେଟ ନେଇଛନ୍ତି।