ଆଜି ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ: ପିଙ୍କ୍ ବଲରେ ଦିବାରାତ୍ର ମ୍ୟାଚ୍ ଖେଳାଯିବ

ଗୁଜୁରାଟ,ଏଜେନ୍ସି: ବିଶ୍ୱର ସର୍ବବୃହତ୍ କ୍ରିକେଟ ଷ୍ଟାଡିୟମ ଗୁଜୁରାଟର ମୋଟେରାରେ ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ପିଙ୍କ ବଲରେ ଦିବାରାତ୍ର ୩ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଅପରାହ୍ନ ୨ଟା ୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ। ମ୍ୟାଚ୍ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ଷ୍ଟାଡିୟମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଚେନ୍ନାଇରେ ୨ୟ ଟେଷ୍ଟରେ ଟିମ୍ ଇଣ୍ଡିଆ ବିଜୟ ହୋଇଥିଲା। ଏଥିସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଆଜିର ମ୍ୟାଚରେ ରେକର୍ଡ ଅପେକ୍ଷାରେ ଅଛନ୍ତି। ଯଦି ଏହି ମ୍ୟାଚରେ କୋହଲି ଶତକ ହାସଲ କରନ୍ତି ତେବେ ସର୍ବାଧିକ ଶତକ ହାସଲ କରିବା ରେକର୍ଡ ତାଙ୍କ ନାମରେ ରହିବ।

କୋହଲି ଚଳିତ ସିରିଜରେ ୨ଟି ଅର୍ଦ୍ଧ ଶତକ ହାସଲ କରିଥିଲେ ମଧ୍ୟ ଶତକ ମାରି ନାହାନ୍ତି। ଭାରତ-ଇଂଲଣ୍ଡର ୪ ଟିକିଆ ଟେଷ୍ଟ ସିରିଜରେ ଉଭୟ ଗୋଟିଏ ଲେଖାଏଁ ମାଚ୍ ଜିତିଛନ୍ତି।