ନୂଆଦିଲ୍ଲୀ,ଏଜେନ୍ସି: ଭାରତ ଓ ଚୀନ ମଧ୍ୟରେ ଶେଷ ହୋଇଛି ସ୍ୱତନ୍ତ୍ର ରାଉଣ୍ଡ ମିଲିଟାରୀ ଆଲୋଚନା । ଚୁସୁ୍ଲ ଓ ମୋଲ୍ଡୋ ସୀମୀରେ ଏହି ଆଲୋଚନା ହୋଇଥିଲା । ଗତ ୪୫ ଦିନ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଥିବା ବାୟୁସୀମା ନିକଟବର୍ତ୍ତୀ ଇଲାକାରେ ଚୀନର ଯୁଦ୍ଧ ବିମାନ ଉଡ଼ୁଥିବାର ଦେଖା ଦେଇଛି । ଏହି ଛଡ଼ା ପୂର୍ବ ଲଦ୍ଦାଖ୍ରେ ଅଞ୍ଚଳରେ ବାୟୁସୀମା ଉଲଂଘନ ହୋଇଥିବା ଅଭିଯୋଗ ହୋଇଛି ।
ନିୟମ ମୁତାବକ ଏଲ୍ଏସିର ୧୦ ମିଟର ପରିଧି ମଧ୍ୟରେ କୌଣସି ଦେଶର ଯୁଦ୍ଧ ବିମାନ ଉଡ଼ାଣ ଭରି ପାରିବ ନାହିଁ । ତେବେ ଚୀନ ପକ୍ଷରୁ ତାହା ବାରମ୍ବାର ଉଲ୍ଲଂଘନ ହେଉଥିବା ଅଭିଯୋଗ କରିଛି ଭାରତୀୟ ସେନା । ଏହାକୁ ନେଇ ଦୁଇ ଦେଶର ସେନା ମଧ୍ୟରେ ସ୍ବତନ୍ତ୍ର ଆଲୋଚନା ହୋଇଛି ।
ଏହାକୁ ନେଇ ସରକାରୀ ସୂତ୍ର ପକ୍ଷରୁ କୁହା ଯାଇଛି ଯେ, “ଆଲୋଚନା ବେଳେ ଭାରତ ସୀମାରେ ଚୀନର ଗତିବିଧିକୁ ନେଇ ଆପତ୍ତି କରିଛି । ଗତ ଏକ ମାସ ଧରି ଚୀନ ଏଲ୍ଏସିରେ ସେନାକୁ ଉତ୍ତେଜିତ କରିବା ଭଳି କାର୍ଯ୍ୟକଳାପ କରି ଆସୁଛି । ଏଭଳି ଚେଷ୍ଟାରୁ ଦୁରେଇ ରହିବାକୁ କଡ଼ାକଡ଼ି ଭାବରେ ଭାରତ ପକ୍ଷରୁ ଚେତାଇ ଦିଆଯାଇଛି ।”
ବର୍ତ୍ତାମାନ ଚୀନ ସହ ଅନେକ ଦେଶର ସମ୍ପର୍କ ଏତାଟା ଭଲ ନାହିଁ । ନିକଟରେ ଆମେରିକା ବାଚସ୍ପତିଙ୍କ ତାଇୱାନ ଗସ୍ତ ପରେ ଚୀନ ସହ ତାଇଓ୍ୱାନର ମୁହାଁମୁହିଁ ସ୍ଥିତି ରହିଛି । ଏଭଳି ସ୍ଥିତିରେ ଭାରତର ଚେତାବନୀ ପରେ ଚୀନର କାର୍ଯ୍ୟକଳାପ ଉପରେ ନଜର ରହିଛି ।