୩୬୫ ରନରେ ଭାରତ ଅଲଆଉଟ: ୱାଶିଂଟନ୍ ସୁନ୍ଦର ଶତକରୁ ବଞ୍ଚିତ

ଅହମ୍ମଦାବାଦ: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟରେ ଭାରତ ୩୬୫ ରନରେ ଅଲଆଉଟ ହୋଇଯାଇଛି। ଅନ୍ୟପଟେ ଇଂଲଣ୍ଡ ଲଞ୍ଚ ବ୍ରେକ ସୁଦ୍ଧା ବିନା କୌଣସି ୱିକେଟ ହରାଇ ୬ ରନ୍ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ଭାରତଠାରୁ ୧୫୪ ରନ୍ ପଛରେ ରହିଛି।

ଅନ୍ୟପଟେ ହରଫନମୌଲା ୱାଶିଂଟନ୍ ସୁନ୍ଦର ୯୬ ରନ୍ କରି ଅପରାଜିତ ରହିଛନ୍ତି। ସୁନ୍ଦର ଶତକରୁ ମାତ୍ର ୪ ରନରେ ବଂଚିତ ରହିଲେ କାରଣ ଅନ୍ୟପଟେ ୱିକେଟ ପଡ଼ିିଗଲା। ଇଂଲଣ୍ଡ ତରଫରୁ ବେନ ଷ୍ଟୋକ୍ସ ୪ଟି ଓ ଜେମ୍ସ ଅଣ୍ଡରସନ ୩ଟି ୱିକେଟ ନେଇଛନ୍ତି।