ମଝି ଆକାଶରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ

ଏହି ଅବସରରେ ବାୟୁସେନାର ୯ ନଂ ସ୍କ୍ୱାର୍ଡନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏହି ୯ ନଂ ସ୍କ୍ୱାର୍ଡନ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ କରିଥିଲା। ଏହି ବୀରତା ପାଇଁ ସ୍କ୍ୱାର୍ଡନକୁ ବାୟୁସେନାର ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯାଇଛି।

ବାୟୁସେନାର ଆଉ ଦୁଇଟି ସ୍କ୍ୱାର୍ଡନ ୟୁନିଟକୁ ମଧ୍ୟ ସିଆସନ୍‌(ବୀରତା ପାଇଁ ଲିଖିତ ପ୍ରମାଣପତ୍ର) ଦ୍ୱାରା ପୁରସ୍କୃତ କରାଯାଇଛି।

ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈଶ ଶିବିର ଉପରେ ଏୟାର ଷ୍ଟ୍ରାଇକରେ ଲିଡ଼ ରୋଲ ଗ୍ରହଣ କରିଥିବା ସ୍କ୍ୱାର୍ଡନ ଲିଡର ମଣ୍ଟି ଅଗ୍ରୱାଲଙ୍କ ସିଗନାଲ ୟୁନିଟ୍‌କୁ ସିଆସନ୍‌ରେ ସମ୍ମାନିତ କରାଯାଇଛି।

ସେହିପରି ବାଲାକୋଟ୍‌ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ କରିଥିବା ହମ୍‌ଲାର କଡ଼ା ମୁକାବିଲା କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ୫୧ ସ୍କ୍ୱାର୍ଡନକୁ ମଧ୍ୟ ଆଜି ବାୟୁସେନା ପକ୍ଷରୁ ୟୁନିଟ ସିଆସନରେ ପୁରସ୍କୃତ କରାଯାଇଛି।