ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ସୁରକ୍ଷା ପାଚେରି 

ପୁରୀ,ଏନ୍ଏନ୍ଏସ୍: ବିପଦରେ ପୁରୀର ଇନ୍ଦ୍ରଦ୍ୟୁମ୍ନ ପୋଖରୀ। ପଞ୍ଚତୀର୍ଥପୁଷ୍କରିଣୀ ଭାବେ ପରିଚିତ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ସୁରକ୍ଷା ପାଚେରି ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ଫଳରେ ଉକ୍ତ ପାଚେରି କଡ଼ ଦେଇ ଯାଇଥିବା ରାସ୍ତାରେ ଏବ ବଡ଼ ଖାଲ ସୃଷ୍ଟି ହୋଇଛି, ଯାହାଦ୍ୱାରା ଲୋକମାନେ ଯିବା ଅସିବା କରିବା ପାଇଁ ଭୟ କରୁଛନ୍ତି।

ସୂଚନା ଅନୁସାରେ ପୁଷ୍କରିଣୀର ଅପରପାର୍ଶ୍ୱରେ ଥିବା ସୁରକ୍ଷା ପାଚେରି ୪ଫୁଟ ଚଉଡ଼ା ଓ ୨୦ଫୁଟ ଲମ୍ବର। ଏହା ଭୁଶୁଡ଼ି ପଡ଼ିବା ଫଳରେ ପାଚେରି କଡ଼ରେ ଥିବା ରାସ୍ତାରେ ଏକ ବଡ଼ ଖାଲ ସୃଷ୍ଟି ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପ୍ରଶାସନର କାର୍ଯ୍ୟଶୈଳୀ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।