ପଶ୍ଚିମ ଓଡ଼ିଶାରେ ଆରଟିପିସିଆର ଟେଷ୍ଟ ବୃଦ୍ଧି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପଶ୍ଚିମ ଓଡ଼ିଶାରେ ଆରଟିପିସିଆର ଟେଷ୍ଟ ବୃଦ୍ଧି କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବନୀ ପଟ୍ଟନାୟକଙ୍କୁ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ର୍ରିପାଠୀ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଟଙ୍କଧର ଟୁଇଟ କରି କହିଛନ୍ତି ଯେ, ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ହେଲେ ପଶ୍ଚିମ ଓଡ଼ିଶାରେ କମ୍ ମାତ୍ରାରେ ଆରପିଟିସିଆର ଟେଷ୍ଟ କରାଯାଉଥିବା ବେଳେ କଟକ ଏସସିବି ମେଡିକାଲ ଓ ଅନ୍ୟ ଲ୍ୟାବକୁ ଟେଷ୍ଟ ପାଇଁ ଯାଉଥିବା ରିପୋର୍ଟ ମିଳିିବାରେ ଅଧିକ ସମୟ ଲାଗୁଛି। ତେଣୁ ପଶ୍ଚିମ ଓଡ଼ିଶାବାସୀଙ୍କ ସୁବିଧା ପାଇଁ ଏଠାରେ ଅଧିକରୁ ଅଧିକ ଆରଟିପିସିଆର ଟେଷ୍ଟ କରିବାର ବ୍ୟବସ୍ଥା କରାଯାଉ ବୋଲି ଟଙ୍କଧର ଦାବି କରିଛନ୍ତି।