ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କ ଦରମା ଦୁଇଗୁଣ ବଢ଼ିଲା

ଭୁବନେଶ୍ୱର୨୮ା୮/ଏନ୍ଏନ୍ଏସ୍: ଏଣିକି ପରୀକ୍ଷା ଖାତା ଦେଖୁଥିବା ଅଧ୍ୟାପକଙ୍କୁ ମିଳିବ ଦୁଇ ଗୁଣ ପାଉଣା । ପୂର୍ବରୁ ଖାତା ପିଛା ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏବେ ୩୦ ଟଙ୍କା ମିଳିବ । ପରୀକ୍ଷା ସଂସ୍କାର ନେଇ ଉଚ୍ଚଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ପଚାରିବାରେ ପରୀକ୍ଷା ଖାତା ମୂଲ୍ୟାୟନକାରୀଙ୍କ ପାଉଣା ବଢ଼ିବ ବୋଲି କହିଥିଲେ । ଖାତା ଦେଖା ପାଇଁ ପୂର୍ବରୁ ୧୫ରୁ ୨୦ ଟଙ୍କା ମିଳୁଥିବାବେଳେ ଏହା ୩୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ପ୍ରଶ୍ନ ପ୍ରସ୍ତୁତକାରୀଙ୍କ ପାଉଣା ମଧ୍ୟ ବୃଦ୍ଧି କରାଯିବ ବୋଲି ଅରୁଣ ସ୍ପଷ୍ଟ କରିଛନ୍ତି । ବେବେ ପ୍ରଶ୍ନ ପ୍ରସ୍ତୁତକାରୀଙ୍କୁ ୫୦୦ଟଙ୍କା ମିଳୁଥିବାବେଳେ ଏଣିକି ୧୦୦୦ ଟଙ୍କା ମିଳିବ । ସେହିପରି ୧୫ଟି କଲେଜକୁ ନେଇ ଗୋଟିଏ ମୂଲ୍ୟାୟନ କେନ୍ଦ୍ର ହେବ । ବୈଠକରେ ଠିକ୍‌ ସମୟରେ ପାଠପଢ଼ା, ପରୀକ୍ଷା ଓ ଫଳ ପ୍ରକାଶ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।