ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୨୯ରେ ହକି କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ହକି ଷ୍ଟିକର ଯାଦୁକୁ ଭୁଲିହେବ ନାହିଁ ବୋଲି କହିଛନ୍ତି। ଏଥିସହିତ ପ୍ରତିଭାଶାଳୀ ଖେଳାଳିଙ୍କୁ ସମର୍ଥନ ଯୋଗାଉଥିବା ପରିବାର, କୋଚ ଓ ସହଯୋଗୀଙ୍କର ମଧ୍ୟ ପ୍ରଶଂସା କରିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ, ‘ଭାରତ ସରକାର ଖେଳକୁ ଲୋକପ୍ରିୟ ଓ ଭାରତର ଖେଳ ପ୍ରତିଭାଙ୍କୁ ସମର୍ଥନ କରିବା ପାଇଁ ଅନେକ ପ୍ରୟାସ କରୁଛନ୍ତି।’ ଖେଳ ଓ ଫିଟନେସକୁ ଦିନଚର୍ଯ୍ୟାରେ ସାମିଲ କରିବା ପାଇଁ ମଧ୍ୟ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। କାହିଁକିନା ଏମିତି କରିବା ଦ୍ୱାରା ସମସ୍ତେ ଖୁସି ଓ ସୁସ୍ଥ ରହିପାରିବେ।