ଆର୍ଥିକ ମାନ୍ଦାବସ୍ଥାରେ ଖୁବଶୀଘ୍ର ସୁଧାର ଆସିବ- ଆରବିଆଇ ଗଭର୍ଣ୍ଣର

ଦେଶରେ ଖୁବଶୀଘ୍ର ମାନ୍ଦାବସ୍ଥା ସୁଧୁରିବ। ଆରବିଆଇର ପଦକ୍ଷେପ ଯୋଗୁଁ ଦେଶରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆରବିଆଇ(ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ)ର ଗଭର୍ଣ୍ଣର ତଥା ଓଡିଆ ପୁଅ ଶକ୍ତିଦାସ ଦାସ କହିଛନ୍ତି।

ଭୁବନେଶ୍ୱରର ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଣନାଥ ମେମୋରିଆଲ ସମାରୋହରେ ଯୋଗଦେଇ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣର ବିଦେଶୀ ମୁଦ୍ରା ଗଚ୍ଛିତ ହୋଇ ରହିଛି। ବର୍ତ୍ତମାନ ଦେଶରେ ଲାଗିରହିଥିବା ମାନ୍ଦାବସ୍ଥା ଆଗାମୀ ଦିନରେ ଦୂର ହେବ । ଏ ନେଇ ଉଭୟ କେନ୍ଦ୍ର ସରକାର ଓ ଆରବିଆଇ ଅନେକ ପଦକ୍ଷେପ ନେଇଛନ୍ତି। କିଛି ଦିନ ମଧ୍ୟରେ ଏହି ଅବସ୍ଥାରେ ସୁଧାର ଆସିବ ବୋଲି ଶ୍ରୀ ଦାସ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଯୋଗଦେଇଥିଲେ।