ତୁରେକେଲା ଅଞ୍ଚଳରେ ୩୦ ଟିକିଆ ହାତୀପଲଙ୍କ ଉପଦ୍ରବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖେତରେ ବ୍ୟାପକ ନଷ୍ଟ କରିବା ପରେ ଏବେ ହାତୀମାନେ ଖଳାକୁ ପଶି ଆସିଛନ୍ତି। ଖେତରୁ ସଂଗୃହୀତ କରି ଖଳାରେ ଗଚ୍ଛିତ କରିଥିବା ଧାନକୁ ହାତୀମାନେ ଖାଇଯାଉଛନ୍ତି। ଏଭଳି ଏକ ଦୃଶ୍ୟ ବଲାଙ୍ଗିର ଜିଲ୍ଲା ତୁରେକେଲା ନିକଟ ଝରଣ ପଞ୍ଚାୟତରେ ଦେଖିବାକୁ ମିଳିଛି। ଖଳା ଭିତରକୁ ୩୦ ଟିକିଆ ହାତୀପଲ ପଶି ଆସିଥିବାରୁ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି। ରାମଡ ଓ ରାଉତମୁଣ୍ଡାରେ ମଙ୍ଗଳବାର ରାତିରେ ହାତୀ ପଲ ପଶି ଧାନ ଖାଉଛନ୍ତି।

ଚାଷୀମାନେ ଋଣ କରି ଚାଷ କରିଥିବା ବେଳେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ପରିମାଣର କ୍ଷତି ସହିଛନ୍ତି। ବାକି ଥିବା ଚାଷକୁ ଅମଳ କରି ଖଳାରେ ରଖିଥିବାବେଳେ ହାତୀମାନେ ଏହାକୁ ମଧ୍ୟ ପଶି ଖାଇଯାଉଛନ୍ତି। ଫଳରେ ଚାଷୀମାନେ କିପରି ଋଣ ପରିଶୋଧ କରିବେ ସେ ନେଇ ଚିନ୍ତିତ ଅଛନ୍ତି। ଅନ୍ୟପଟରେ ସନ୍ଧ୍ୟା ହେବା ପରେ ଲୋକେ ହାତୀ ଭୟରେ ଘର ଭିତରୁ ବାହାରିପାରୁ ନାହାନ୍ତି।