ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ୧୫୬୪ ଗ୍ରାମ ପଞ୍ଚାୟତରେ ନିର୍ବାଚନ ଶେଷ ହୋଇଛି। ତେବେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ଏଯାଏଁ ରାଜ୍ୟରେ ମୋଟ ୭୧ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ନିର୍ବାଚନ କମିଶନ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ହୋଇଥିବା ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଜିର ନିର୍ବାଚନ କଡାକଡି ହୋଇଥିଲା। କିଛି ସ୍ଥାନରେ ଭୋଟ୍ ବାଲାଟ ପେପର ଏବଂ ବିଶୃଙ୍ଖଳା ପାଇଁ ଭୋଟିଂ ହୋଇପାରିନି।
ଏହାସହିତ ଜଗତସିଂହପୁର, ଯାଜପୁରର କିଛି ବୁଥରେ ଭୋଟ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାପାଳଙ୍କ ରିପୋର୍ଟ ପରେ ସେହି ସ୍ଥାନରେ ପୁନଃମତଦାନ ହୋଇପାରେ ବୋଲି ନିର୍ବାଚନ କମିଶନ କହିଛନ୍ତି।