ପୁରୀରେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଶାହା

ପୁରୀ,ଏନ୍ଏନ୍ଏସ୍: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ପ୍ରହ୍ଲାଦ ସିଂ ପଟେଲ, ସମ୍ବିତ ପାତ୍ର ପ୍ରମୁଖ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶାହ ମନ୍ଦିରରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଶୁକ୍ରବାର ଶ୍ରୀ ଶାହା ମେ ଫେୟାର ହୋଟେଲରେ ଦଳୀୟ ବୈଠକରେ ଯୋଗଦେବା ପରେ ସନ୍ଧ୍ୟାରେ ପୁରୀରେ ପହଞ୍ଚିଥିଲେ। ସେଠାରେ ରାତ୍ରିଯାପନ କରିବା ସହ ଆଜି ମନ୍ଦିର ବୁଲିଛନ୍ତି। ଦର୍ଶନ ପରେ ଭୁବନେଶ୍ୱର ଆସିବେ। ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲର ଶୂଭ ଉଦ୍‌ଘାଟନ କରିବା ପରେ ଦିଲ୍ଲୀ ଫେରିବେ ଗୃହମନ୍ତ୍ରୀ ଅମିତ ଶାହ ଏହାପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଭୁବନେଶ୍ବର ଆସି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଶନିବାର ପୂର୍ବାହ୍ନ ୧୦ଟା ୪୫ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ ବୋଲି ଜଣାଯାଇଛି। ସେ ପ୍ରାୟ ଅଧ ଘଣ୍ଟା ମନ୍ଦିର ପରିସର ବୁଲିବେ। ଶାହଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯିବ। ଶାହ ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିବେ।

ଶାହଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ କିଛି ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିବେ। ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯିବ। ସୂଚନାଯୋଗ୍ୟ, ଗତକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ୱରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶ୍ରୀକ୍ଷେତ୍ର ପୁରୀ ପହଞ୍ଚିଥିଲେ। ପୁରୀରେ ପହଞ୍ଚିବା ପରେ ସେ ସିଧାସଳଖ ହୋଟେଲକୁ ଯାଇଥିଲେ। ସେ ରାତିରେ ଏଠାରେ ଥିବା ମେ ଫେୟାର ହୋଟେଲରେ ରାତ୍ରିଯାପନ କରିଥିଲେ।