ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୨,୯୪୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୨୬ ଓ ସ୍ଥାନୀୟ ସଂକ୍ରମଣ ୧୧୨୩ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ୩୦ ଜିଲ୍ଲାରୁ ଚିିହ୍ନଟ ହୋଇଥିବା ୨,୯୪୯ ଆକ୍ରାନ୍ତଙ୍କ ମଧ୍ୟରେ କଟକରୁ ସର୍ବାଧିକ ୫୮୯, ଖୋର୍ଦ୍ଧାରୁ ୪୭୪, କୋରାପୁଟରୁ ୧୮୧, ଗଞ୍ଜାମରୁ ୧୭୯, ମୟୁରଭଞ୍ଜରୁ ୧୫୬, ରାୟଗଡ଼ାରୁ ୧୪୩, ସମ୍ବଲପୁରରୁ ୧୦୪ ଓ ବାଲେଶ୍ୱର ଜିଲ୍ଲାରୁ ୮୮ ଜଣ ରହିଛନ୍ତି।
ଅନ୍ୟପଟେ କରୋନା ଯୋଗୁ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫ ରହିଥିବାବେଳେ ସୁନ୍ଦରଗଡ଼ରୁ ୨, କଟକ, ରାୟଗଡ଼ା, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୪୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯ ହୋଇଥିବାବେଳେ ୫୪ ହଜାର ୪୦୫ ଜଣ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ୪୧୯ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୬ ହଜାର ୬୦୨ଜଣ ଚିକିତ୍ସିତ ହେଉଛନ୍ତି।