ରାଜ୍ୟରେ ଦଶମ ଓ ଦ୍ୱାଦଶ ପରିକ୍ଷା ସ୍ଥଗିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ସମୟରେ ସ୍ଥିତିକୁ ସମୀକ୍ଷା କରି ପରିକ୍ଷା ସମ୍ବନ୍ଧରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ନବମ ଓ ଦ୍ୱାଦଶ ପିଲା ସିଧା ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ। ଏଥିପାଇଁ ସେମାନଙ୍କୁ କୌଣସି ପରିକ୍ଷା ଦେବାକୁ ପଡ଼ିବ ନାହିଁ। ଏହାସହ ସୋମବାରଠାରୁ ସମସ୍ତ ସ୍କୁଲ ଓ ହୋଷ୍ଟେଲ ବନ୍ଦ କରି ଦିଆଯିବ।