କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆସନ୍ତା ୨୦ ତାରିଖରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ପ୍ଲାଜମା ବ୍ୟାଙ୍କ ନୋଡାଲ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି। କୋରୋନା ରୋଗରୁ ସୁସ୍ଥ ହୋଇଥିବା ୨୫ଜଣ ବ୍ୟକ୍ତି ପ୍ଲାଜମା ଦାନ କରିବାକୁ ସହମତି ପ୍ରକାଶ କରିଛନ୍ତି। କୋରାପୁଟ ବ୍ଲଡବ୍ୟାଙ୍କରେ ଆଜି ୧୪ଜଣଙ୍କ ସାମ୍ପୁଲ ସଂଗ୍ରହ କରାଯାଇ ଭୁବନେଶ୍ୱର ଆଇସିଏମଆରକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ଯୋଗ୍ୟ ବିବେଚିତ ବ୍ୟକ୍ତିମାନଙ୍କ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।