କାନପୁର ଷ୍ଟେସନରେ ଚାରିଟି ବଗି ଲାଇନଚ୍ୟୁତ

କାନପୁର,୨୮ା୮/ଏଜେନ୍ସି: ବୁଧବାର ସକାଳେ ଉତ୍ତରପ୍ରଦେଶର କାନପୁର ସେଣ୍ଟ୍ରାଲ୍ ରେଳଷ୍ଟେସନରେ ଗୋଟିଏ ଟ୍ରେନର ଚାରିଟି ବଗି ଲାଇନଚ୍ୟୁତ ହୋଇଛି । ଷ୍ଟେସନର ତିନିନମ୍ବର ପ୍ଲାଟଫର୍ମ ଉଦ୍ଦେଶ୍ୟରେ ଆସୁଥିବା ଲକ୍ଷେ୍ନø ଅଭିମୁଖେ ଟ୍ରେନଟି ଟ୍ରାକ୍ ପରିବର୍ତ୍ତନ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି ।