ଜୁନରେ କଂଗ୍ରେସକୁ ମିଳିବ ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆଜି ଅନୁଷ୍ଠିତ ହୋଇଥିବା ସିଡବ୍ଲ୍ୟୁସୀ ବୈଠକ ପରେ ଜୁନରେ କଂଗ୍ରେସକୁ ନବନିର୍ବାଚିତ ଅଧ୍ୟକ୍ଷ ମିଳିଯିବ ବୋଲି ସୂଚନା ମିଳିଛିି। ପାର୍ଟି ସଂଗଠନର ମହାସଚିବ କେସି ବେଣୁଗୋପାଳଙ୍କ ମୁତାବିକ, କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧୀକରଣ ମେ’ ମାସରେ ସଂଗଠନର ନିର୍ବାଚନ କରିବାକୁ ଉପସ୍ଥାପନ କରିଥିଲେ। କିନ୍ତୁ ସିଡବ୍ଲ୍ୟୁସୀ ସଦସ୍ୟ ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଅ।ଜି ଭିଡିଓ କନଫ୍ରେନ୍ସିଂ ଯୋଗେ ସିଡବ୍ଲ୍ୟୁସୀ ବୈଠକର ଆୟୋଜନ ହୋଇଥିଲା।

ସିଡବ୍ଲ୍ୟୁସୀ ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଗେହଲଟ ଅସନ୍ତୁଷ୍ଟ ନେତାଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଯେଉଁମାନେ ବାରମ୍ବାର ନିର୍ବାଚନର ଦାବି କରୁଛନ୍ତି ସେମାନଙ୍କୁ କ’ଣ ପାର୍ଟି ନେତୃତ୍ୱ ଉପରେ ଭରସା ନାହିଁ। ଅନ୍ୟପଟେ ଆନନ୍ଦ ଶର୍ମା ସିଡବ୍ଲ୍ୟୁସୀ ସଦସ୍ୟଙ୍କ ନିର୍ବାଚନ କରିବାକୁ ଦାବି କରିଛନ୍ତି।