ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ଟପିଲା, ମୃତ୍ୟୁ ସଂଖ୍ୟା ୮୭୨

ନୂଆଦିଲ୍ଲୀ,ଏଜେନ୍ସି: ଏପ୍ରିଲ୍ ୨୭ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୭୮୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରୁ ୬୧୮୪ ଜଣ ସୁସ୍ଥ ହୋଇଥିବା ବେଳେ ୮୭୨ ଜଣଙ୍କର ମୃତ୍ୟୁ ଘଟିଛି। ଏବଂ ବର୍ତ୍ତମାନ ଆକ୍ଟିଭ କେସ ୨୦, ୮୩୫ ରହିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୧ ଜଣ, ଆସାମରେ ୧ଜଣ, ବିହାରରେ ୨ ଜଣ, ଦିଲ୍ଲୀରେ ୫୪ ଜଣ, ଗୁଜରାଟରେ ୧୫୧ ଜଣ, ହରିୟାଣାରେ ୩ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୬ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୧୯ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୦୩ ଜଣ, ମହାରାଷ୍ଟ୍ରରେ ୩୪୨ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୧୮ ଜଣ, ରାଜସ୍ଥାନରେ ୩୩ ଜଣ, ତାମିଲନାଡୁରେ ୨୪ ଜଣ, ତେଲେଙ୍ଗାନାରେ ୨୬ ଜଣ, ଉତ୍ତରପ୍ରଦେଶରେ ୨୯ ଜଣ ଏବଂ ପଶ୍ଚମବଙ୍ଗରେ ୨୦ ଜଣ।