ନୂଆଦିଲ୍ଲୀ,ଏଜେନ୍ସି: କରୋନା ଭୂତାଣୁକୁ ରୋକିବା ପାଇଁ ଭାରତ ସରକାର ନାନା ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଦିନକୁ ଦିନ ଏହା ସଂଖ୍ୟା ବଢ଼ିବାରେ ଲାଗିଛି। ୩୪ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶ୍ୱରେ ପାଖାପାଖି ୬୭ ଦେଶରେ କରୋନା ନିଜର କାୟା ବିସ୍ତାର କରୁଥିବା ବେଳେ ଭାରତ ବି ବାଦ ପଡ଼ିନି।
ବ୍ୟକ୍ତି ଜଣଙ୍କ ଓମାନରୁ ତାମିଲନାଡୁ ଫେରିଥିଲେ। ଓମାନରୁ ଫେରିଥିବା ବ୍ୟକ୍ତିଙ୍କ ବ୍ୟତୀତ ଇରାନରୁ ଫେରିଥିବା ୨ବ୍ୟକ୍ତିଙ୍କ ଦେହରେ କୋରୋନା ଭୂତାଣୁ ଥିବା ଜଣାପଡ଼ିଛି। ଆଜି (ଶନିବାର) ଭାରତରେ ମୋଟ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।
ଏହିଭଳି ଦେଶରେ ଲଗାତାର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେପଟେ ଦେଶରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବାରମ୍ବାର ଆଡଭାଇଜରି ଜାରି କରାଯାଉଛି। ଓଡ଼ିଶାରେ ମଧ୍ୟ ସନ୍ଦିଗ୍ଧଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ କୋରୋନା ମୁକାବିଲା ପାଇଁ ବୈଠକ ମାଧ୍ୟମରେ ପରାମର୍ଶ ଦେଇଛନ୍ତି ।