ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କରୋନା ସ୍ଥିତି ଧିରେ ଧିରେ ଅନିୟନ୍ତ୍ରିତ ହେବାରେ ଲାଗିଛି। ୨୪ ଘଣ୍ଟାରେ ଦେଶରେ ୧୦୭୬ ନୂଆ କରୋନା ମାମଲା ସାମନାକୁ ଆସିଥିବା ବେଳେ ୩୮ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ଟପିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ ହଜାର ୪୮୭ରେ ପହଞ୍ଚିଛି। ସେହିପରି ଭାରତରେ ୩୯୩ ଜଣଙ୍କ ମୃତ୍ୟୁ ଘଟିଛି।
ତେବେ ଏହି ମହାମାରୀର ଶିକାରରେ ବର୍ତ୍ତମାନ ବିଶ୍ୱର ପ୍ରାୟ ୨୧୦ରୁ ଅଧିକ ଦେଶ ସଂକ୍ରମିତ ହୋଇଛି। କରୋନା ସଂକ୍ରମଣ ରୋକିବାକୁ ମାର୍ଚ୍ଚ ୨୪ ରୁ ସମ୍ପୂର୍ଣ୍ଣ ଦେଶକୁ ୨୧ ଦିନ ପାଇଁ ଲକ୍ ଡାଉନ କରାଯାଇଥିଲା। ତେବେ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବା ଦେଖି ଏହାକୁ ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୮୭ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୭୫୬ ଜଣ ସକ୍ରିୟ ଅଛନ୍ତି।
ସେହିପରି ମହରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ମୋଟ ମହାରାଷ୍ଟ୍ରରେ ୨୬୮୭ ଜଣ ସଂକ୍ରମିତ ଥିବାବେଳେ ୧୭୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ତାମିଲନାଡ଼ୁରେ ୧୨୦୪ କରୋନା ଆକ୍ରାନ୍ତ ଥିବାବେଳେ ଦିଲ୍ଲୀରେ ୧୫୬୧, ରାଜସ୍ଥାନରେ ୯୬୯ ହୋଇଛି।