ଦେଶରେ ଦିନକରେ ମୃତ୍ୟୁସଂଖ୍ୟା ପୁଣି ହଜାରେରୁ ଉର୍ଦ୍ଧ : ୮୦ ହଜାର ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ ପୁଣିଥରେ କରୋନା ମାମଲା ବଢ଼ିଥିବାବେଳେ ହଜାରେରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ଘଟିଛି। ଦେଶରେ ଗତ ୨୪ ଘଣ୍ଟାରେ ୮୦ ହଜାର ୪୭୨ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୧୧୭୯ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୮୬ ହଜାର ୪୩୮ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଗତକାଲି ୭୦ ହଜାର ୫୮୯ ମାମଲା ସାମ୍ନାକୁ ଆସିଥିଲା ଓ ୭୭୬ ଜଣଙ୍କର ମୃତ୍ୟୁ ଘଟିଥିଲା।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବକ, ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ଲକ୍ଷ ୨୫ ହଜାର ହୋଇଥିବାବେଳେ ୯୭ ହଜାର ୫୯୭ ଜଣଙ୍କର ମୃତ୍ୟୁ ଘଟିଛି। ୫୧ଲକ୍ଷ ୮୭ ହଜାର ସୁସ୍ଥ ହୋଇଛନ୍ତି ଓ ୯ଲକ୍ଷ ୪୦ ହଜାର ଚିକିତ୍ସିତ ହେଉଛନ୍ତି। ତେବେ ସକ୍ରିୟ ସଂକ୍ରମିତଙ୍କ ତୁଳନାରେ ସୁସ୍ଥହାର ୫ଗୁଣା ଅଧିକ ରହିଛି।