ବ୍ରାଜିଲରେ ଦିନକରେ ୩,୭୦୦ କରୋନା ରୋଗୀ ମୃତ

ବ୍ରାଜିଲ: ବ୍ରାଜିଲରେ କରୋନାର ବିକରାଳ ରୂପ ଦେଖିବାକୁ ମିଳିଛି। ବ୍ରାଜିଲ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଗତ ୨୪ ଘଣ୍ଟାରେ କରୋନା ଯୋଗୁ ୩,୭୮୦ ଜଣଙ୍କର ମୃତ୍ୟୁ ଘଟିଛି। ଦିନକରେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେବାକୁ ନେଇ ସମସ୍ତେ ଖୁବ୍ ଭୟଭୀତ ଅଛନ୍ତି। ଏଥିସହ ଦିନକରେ ୮୪ହଜାର ୪୯୪ ନୂଆ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଆମେରିକା ପରେ ୨୧୩ ମିଲିୟନ ଜନସଂଖ୍ୟା ବିଶିଷ୍ଟ ବ୍ରାଜିଲ ସବୁଠୁ ଅଧିକ କରୋନାରେ ପ୍ରଭାବିତ ହୋଇଛି। ସେଥିଲାଗି ବ୍ରାଜିଲ ସରକାର କୋଭାକ୍ସିନର ୨୦ ମିଲିୟନ ଡୋଜ୍ କିଣିବା ଲାଗି ଭାରତ ସହ ଚୁକ୍ତି କରିଥିଲା।

ସୂଚନାଯୋଗ୍ୟ, ବ୍ରାଜିଲରେ ଗତ ସପ୍ତାହରେ ୭୫ ହଜାର ପାଖାପାଖି ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ୨,୬୦୦ ଲୋକ ପ୍ରାଣ ହରାଉଥିଲେ। କିନ୍ତୁ ଏବେ ମୃତକଙ୍କ ସଂଖ୍ୟା ଖୁବ୍ ଦ୍ରୁତ ଗତିରେ ବଢ଼ି ଚାଲିଛି।