୨୪ ଘଣ୍ଟାରେ ୧୧୪ ପୁଲିସକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ପୁଲିସକର୍ମୀଙ୍କ ମଧ୍ୟରେ କରୋନା ସଂକ୍ରମଣ ଲଗାତାର ଭାବେ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ପୁଲିସ ମୁତାବକ, ଗତ ୨୪ ଘଣ୍ଟାରେ ୧୧୪ ପୁଲିସକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଏହି ସଂକ୍ରମଣ ଯୋଗୁ ୨୬ଜଣ ପୁଲିସକର୍ମୀ ପ୍ରାଣ ହରାଇଛନ୍ତି। ରାଜ୍ୟରେ କୋଭିଡ ୧୯ରେ ସଂକ୍ରମିତ ପୁଲିସକର୍ମୀଙ୍କ ସଂଖ୍ୟା ୨ ହଜାର ୩୨୫ରେ ପହଂଚିଛି।

ସୂଚନା ଅନୁସାରେ, ମହାରାଷ୍ଟ୍ରରେ କରୋନା ମାମଲା ସହ ମୃତ୍ୟୁସଂଖ୍ୟା ମଧ୍ୟ ସର୍ବାଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ମହାରାଷ୍ଟ୍ରରେ କରୋନା ରୋଗୀଙ୍କ ସଂଖ୍ୟ ୬୨ ହଜାର ୨୨୮କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୩୩ ହଜାର ୧୧୩ ଜଣ ଚିକିତ୍ସାଧୀନ ଥିବାବେଳେ ୨୬ ହଜାର ୯୯୭ ଜଣ ସୁସ୍ଥ ହୋଇଛନ୍ତି। ଏଥି ସହିତ ୨ ହଜାର ୯୮ଜଣଙ୍କର ମୃତ୍ୟୁ ଘଟିଛି।