ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ବଢ଼ୁଥିବା ସମସ୍ୟାର ଏକ ଚିତ୍ର ଦେଖିବାକୁ ମିଳିଛି। ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)ର ଅତି ନିକଟରେ ଚୀନର ସାମରିକ ବିମାନ ଡଡ଼ୁଥିବାର ଦେଖାଯାଇଥିଲା। ପରେ ଭାରତୀୟ ବାୟୁସେନା ମଧ୍ୟ ସେଠାରେ ତା’ର ଲଢ଼ୁଆ ବିମାନ ପେଟ୍ରୋଲିଂ କରାଇଥିଲା। ବାୟୁସେନା ଏପର୍ଯ୍ୟନ୍ତ ଏୟାର ପେଟ୍ରୋଲିଂ ସମ୍ପର୍କରେ କୌଣସି ସୂଚନା ଦେଇନଥିଲେ ବି ବିଶେଷଜ୍ଞମାନେ ଏହା ଚୀନର ଏକ ଉତ୍ତେଜନାସୃଷ୍ଟିକାରୀ କାର୍ଯ୍ୟକଳାପ ବୋଲି କହିଛନ୍ତି।
ସୂଚନାଯୋଗ୍ୟ ଯେ, ନିକଟରେ ଭାରତ ଓ ଚୀନ୍ ସୀମାକୁ ଲାଗିଥିବା ସିକିମ୍ ସେକ୍ଟରର ନାକୁଲା ପାଖରେ ଉଭୟ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ।