ଆମେରିକାରେ ‘କୋଭାକ୍ସିନ’ର ଜରୁରୀକାଳୀନ ବ୍ୟବହାର ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ: ସ୍ୱଦେଶୀ କରୋନା ଭ୍ୟାକ୍ସିନ ‘କୋଭାକ୍ସିନ’କୁ ଆମେରିକାର ଡ୍ରଗ ରେଗୁଲେଟର ଏଫଡିଏ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିନାହିଁ। ଭାରତ ବାୟୋଟେକର ଆମେରିକୀୟ ପାର୍ଟନର ଅକ୍ୟୁଜେନ ଏଫଡିଏ ନିକଟରେ ଭ୍ୟାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରିଥିଲା।

ଭାରତ ବାୟୋଟିକ ମୁତାବିକ, କୌଣସି ନୂଆ କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିବ ନାହିଁ ବୋଲି ଆମେରିକୀୟ ଏଫଡିଏ ପୂର୍ବରୁ ସୂଚିତ କରିଥିଲା । ସେଥିପାଇଁ କୋଭିକ୍ସିନକୁ ଆମେରିକାରେ ମଞ୍ଜୁରୀ ମିଳିବା ପାଇଁ ଆହୁରି ସମୟ ଲାଗିବ।

ଭାରତ ବାୟୋଟେକର ଆମେରିକୀୟ ପାର୍ଟନର ଅକ୍ୟୁଜେନ କହିଛି ଯେ, ଏଫିଡିଏର ପରାମର୍ଶକ୍ରମେ କୋଭାକ୍ସିନ ପାଇଁ ବିଏଲଏ ଦାଖଲ କରିବାକୁ ପଡ଼ିବ। ବୀଏଲଏ ହେଉଛି ଏଫିଡିଏର ‘ପୂର୍ଣ୍ଣ ଅନୁମୋଦନ’ ବ୍ୟବସ୍ଥା ଯଦ୍ୱାରା ଔଷଧ ଓ ଟିକାକୁ ଅନୁମତି ପ୍ରଦାନ କରାଯାଇଥାଏ।