ସଡ଼କ ଦୁର୍ଘଟଣାରେ ବାପ ମୃତ, ପୁଅ ଗୁରୁତର

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ଼ ଥାନା ଅନ୍ତର୍ଗତ ଚିଟକାମାଲ ନିକଟସ୍ଥ ଧଅରାଦାଦରରେ ଆଜି ବାଇକ ଓ ପିକଅପ ଭ୍ୟାନ ମୁହାମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ମୃତ ଓ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଉଡ଼େନ ଗ୍ରାମର ରୁକୁଣ ବରିହା(୪୦) ତାଙ୍କ ୪ବର୍ଷର ପୁଅ ଦୁର୍ଲଭ ବରିହା ସହ ବାଇକ ଯୋଗେ ଶ୍ୱଶୂର ଘରୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ଚିଟକାମାଲ ନିକଟରେ ମୁହାମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ୪ବର୍ଷର ପୁଅ ଦୁର୍ଲଭକୁ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ବର୍ତ୍ତମାନ ସେ ସାମାନ୍ୟ ସୁସ୍ଥ ହୋଇ ପାଟଣାଗଡ଼ ଥାନାରେ ଥିବା ଜଣାଯାଇଛି। ଖବର ପାଇ ପାଟଣାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ପିକଅପ ଭ୍ୟାନ ଫେରାର ଥିବା ଜଣାପଡ଼ିଛି।