୨୦୨୨ରେ ଏନଡିଏରେ ଯୋଗ ଦେବେ ଝିଅ

ନୂଆଦିଲ୍ଲୀ: ୨୦୨୨ ମେ’ରେ ଝିଅମାନେ ରାଷ୍ଟ୍ରୀୟ ସୁରକ୍ଷା ଆକାଡେମୀ(ଏନଡିଏ)ରେ ସାମିଲ ହେବା ନେଇ ଅଧିସୂଚନା ଜାରି ହେବ। ଏହାପୂର୍ବରୁ ୩ ସେନାର ବିଶେଷଜ୍ଞ ମହିଳା କ୍ୟାଡେଟ ଚୟନର ମାପଦଣ୍ଡ ପ୍ରସ୍ତୁତ କରିବେ। ମହିଳା କ୍ୟାଡେଟକୁ ଆକାଡେମୀରେ ରଖିବା ପାଇଁ ଭିତ୍ତିଭୂମି ଓ ସହଯୋଗୀ ଷ୍ଟାଫର ଆବଶ୍ୟକତାକୁ ମଧ୍ୟ ଆକଳନ କରାଯିବ।

ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନାନୁସାରେ, ସେନାର କେଉଁ ବିଭାଗରେ କେତେ ଜଣ ମହିଳା ଅଫିସରଙ୍କୁ ସ୍ଥାନ ମିଳିବ ସେନେଇ ନିଷ୍ପତ୍ତି ନିଆଯିବ। ଏନଡିଏ କ୍ୟାଡେଟଙ୍କ ପାଇଁ କେବିନ ରଖାଯାଇଥାଏ। ସେହିପରି ମହିଳା କ୍ୟାଡେଟଙ୍କ ପାଇଁ ମଧ୍ୟ କେବିନ ଓ ତାଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରାଯିବ।