ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଫୋନ ଯୋଗେ କଥାବାର୍ତ୍ତା

ଆଫଗାନିସ୍ତାନ,ଏଜେନ୍ସି: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ ଗୁରୁବାର ଫୋନ ଯୋଗେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କ୍ଷେତ୍ରୀୟ ମାମଲା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସେ ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟା ଏବଂ କାଶ୍ମୀର ସମ୍ପର୍କରେ ଆଲୋଚନା ହୋଇଥିବା ପାକିସ୍ତାନର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଶ୍ରୀ ଖାନ୍‍ଆଫଗାନିସ୍ତାନରେ ଥିବା ପଶ୍ମିମୀ ପଣବନ୍ଦୀଙ୍କୁ ମୁକୁଳାଇବା ଏକ ସକାରାତ୍ମକ କାର୍ଯ୍ୟ ବୋଲି କହିଥିଲେ।

ଜମ୍ମୁ ଓ କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଚାଲୁ ରଖିବା ଲାଗି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ କହିଛନ୍ତି। ଜମ୍ମୁ ଓ କଶ୍ମୀର ସମସ୍ୟାରେ ମଧ୍ୟସ୍ଥିତା କରିବାକୁ ଟ୍ରମ୍ପ ଦେଉଥିବା ପ୍ରସ୍ତାବକୁ ଖାଁ ତାରିଫ୍‌ କରିଥିଲେ।

ଜମ୍ମୁ ଓ କଶ୍ମୀରରେ ସାମ୍ପ୍ରତିକ ସ୍ଥିତି ପ୍ରସଙ୍ଗ ଉଠାଇ ଖାଁ କହିଛନ୍ତି କି, ସେ ଅଞ୍ଚଳରେ କୋଟି କୋଟି ଲୋକ ଅବଦମିତ ହୋଇ ରହିଛନ୍ତି। ଧାରା ୩୭୦ ଉଚ୍ଛେଦ ହେବା ପର ଠାରୁ ପାକିସ୍ତାନ ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟ୍‌ଫର୍ମରେ ଭାରତକୁ ବଦନାମ କରିବାକୁ ଉଦ୍ୟମ କରିଛି। ଏଥିରେ ମଧ୍ୟସ୍ଥତା କରିବାକୁ ସେ ବାରମ୍ବାର ଟ୍ରମ୍ପ ପ୍ରଶାସନକୁ କହିଥିଲେ ବି ଭାରତ କହିଛି କି, ଏହା ଦେଶର ଆଭ୍ୟନ୍ତରୀଣ ମାମଲା। ଏଥିପାଇଁ ଦ୍ୱିପାକ୍ଷିକ ଆଲୋଚନା କରାଯାଇ ପାରେ କିନ୍ତୁ, ତୃତୀୟ ପକ୍ଷ ହସ୍ତକ୍ଷେପ ଗ୍ରହଣୀୟ ନୁହେଁ। ଉଭୟ ନେତା ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି।