ଚୀନରୁ ଲ୍ୟାପଟପ, ଟ୍ୟାବଲେଟ ଓ ବ୍ୟକ୍ତିଗତ କମ୍ପ୍ୟୁଟର ଆମଦାନୀ ବନ୍ଦ

ନୂଆଦିଲ୍ଲୀ: ଭାରତ ସରକାର ଚୀନକୁ ଝଟକା ଦେଇ ଲ୍ୟାପଟପ, ଟ୍ୟାବଲେଟ ଓ ବ୍ୟକ୍ତିଗତ କମ୍ପ୍ୟୁଟର ଆମଦାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ଏହି ଆଦେଶ ତୁରନ୍ତ ଲାଗୁ ହେବ । ଭାରତରେ ଏସବୁ ଜିନିଷ ଉତ୍ପାଦନ ବଢ଼ାଇବା ସହ ଚୀନରୁ ଆମଦାନୀ ରୋକିବା ଲାଗି ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ଭାରତୀୟ ବଜାରରେ ବିକ୍ରି ହେଉଥିବା ପ୍ରମୁଖ ଇଲେକଟ୍ରୋନିକ ବ୍ରାଣ୍ଡ ମଧ୍ୟରେ ଏଚସିଏଲ, ସାମସଙ୍ଗ, ଡେଲ, ଏଲଜୀ ଇଲେକଟ୍ରୋନିକ୍ସ, ଏସର, ଏପ୍ପଲ, ଲେନୋଭୋ ଓ ଏଚପୀ ସାମିଲ ରହିଛି । ସରକାରଙ୍କ ପକ୍ଷରୁ ଏହି ରୋକ ପରେ ଏବେ ଏଚପୀ, ଡେଲ ଓ ଲେନୋଭୋ ଭଳି କମ୍ପାନୀକୁ ଭାରତରେ ମେନ୍ୟୁଫେକଚରିଂ ଉପରେ ଜୋର ଦେବାକୁ ପଡ଼ିବ । ଏହି କମ୍ପାନୀ ସିଧାସଳଖ ଚୀନରୁ ପ୍ରସ୍ତୁତ ହେଉଥିବା ସାମଗ୍ରୀ ଆମଦାନୀ କରିପାରିବେନି ।