ଇମ୍ପରିୟଲ କଲେଜକୁ ସ୍ୱଚ୍ଛ ଯୋଜନା ଅନୁଷ୍ଠାନର ପ୍ରମାଣପତ୍ର

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ର ଜିଲ୍ଲା ଇମ୍ପରିୟଲ କଲେଜକୁ କେନ୍ଦ୍ର ସରକାରଙ୍କ ତରଫରୁ ସ୍ୱଚ୍ଛ ଯୋଜନା ଅନୁଷ୍ଠାନ ପ୍ରମାଣପତ୍ର ପ୍ରଦାନ କରାଯାଇଛି । କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ଅଧୀନରେ ଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ଶିକ୍ଷା କାଉନସିଲ ତରଫରୁ କୋଭିଡ-୧୯ ପରିବର୍ତ୍ତୀ ସ୍ଥିିତିରେ ଅନୁଷ୍ଠାନଗୁଡିକର ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ଜଳ ପ୍ରବନ୍ଧନ, ଶକ୍ତି ପ୍ରବନ୍ଧନ ଓ ସବୁଜ ଅଞ୍ଚଳ ସୃଷ୍ଟିକୁ ନେଇ ଏହି ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । କାଉନସିଲର ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ଇମ୍ପରିୟଲ କଲେଜକୁ ପ୍ରମାଣପତ୍ର ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ମୁଖ୍ୟ ଦୀପକ ଗୋୟଲ ଏହି ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।